ନୂଆଦିଲ୍ଲୀ : ଦୁନିଆର ବିଶାଳ ଟାୟାର ଗଦାରେ ଲାଗିଲା ଭୟଙ୍କର ନିଆଁ । କୁଏତର ସୁଲେବିଆ ଅଞ୍ଚଳରେ ବାଲିଆ ମାଟିରେ ଖୋଳା ଯାଇଥିବା ବିଶାଳ ଗାତରେ ପ୍ରାୟ ୭୦ ଲକ୍ଷ ଟାୟାର ପଡିଥିଲା । ଏହି ଜାଗାରେ ନିଆଁ ଲାଗିବା ପରେ ଗାତରୁ ଉଠୁଥିବା ଧୂଆଁର ଚିତ୍ର ସାଟେଲାଇଟରେ କଏଦ ହୋଇଛି । ବିଶ୍ୱରେ ଟାୟାରର ସବୁଠାରୁ ବଡ ଡମ୍ପିଂୟାର୍ଡ ସ୍ଥାନରୁ ବାହାରୁଛି ବିଷାକ୍ତ ଧୂଆଁ । ଏହି ସ୍ଥାନରୁ ଉଠୁଥିବା ଧୂଆଁ ମହାକାଶକୁ ମଧ୍ୟ ଦେଖଯାଉଛି । କୁଏତ ସରକାର ମରୁଭୂମିରେ ଟାୟାର ଡିସପୋଜାଲ ଆରମ୍ଭ କରିଦିଆଯାଇଛି । ରିସାଇକେଲ କରାଯାଉଥିବା ୯୫ ପ୍ରତିଶତ ଟାୟାରକୁ ହଟାଇବାର ଯୋଜନା ରହିଛି । ୨୦୧୨ ରେ କୁଏତର ଆଉ ଏକ ଟାୟାର ଡମ୍ପିଂ ୟାର୍ଡରେ ନିଆଁ ଲାଗିବା କାରଣରୁ ୫୦ ଲକ୍ଷ ଟାୟାରରେ ନିଆଁ ଲାଗିଯାଇଥିଲା । ବହୁ ଦେଶ ପାଇଁ ବ୍ୟବହାର କରାଯାଇ ସାରିଥିବା ଟାୟାରକୁ ନଷ୍ଟ କରିବା ଏକ ବଡ ସମସ୍ୟା ପାଲଟିଛି । ଟାୟାର ଜଳାଇବା କାରଣରୁ ବାୟୁରେ କାର୍ସିନୋଜୋନିକ୍ ଡାୟୋକ୍ସିନ୍ ବାହାରିଥାଏ । ପ୍ରଦୂଷଣ ଯୋଗୁଁ ଶ୍ୱାସରୋଗ ଓ ବହୁ ଗମ୍ଭୀର ସ୍ୱାସ୍ଥ୍ୟାବସ୍ଥା ସମସ୍ୟା ସୃଷ୍ଟି ହୋଇଥାଏ ।