ସାନ ଭଉଣୀଙ୍କୁ ହାଣି ନିଜେ ଆତ୍ମହତ୍ୟା କଲା ବଡ଼ ଭଉଣୀ

ବାଂଶପାଳ: ସାନ ଭଉଣୀକୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କରିଛି ବଡ ଭଉଣୀ । ଶୋଇଥିବା ସମୟରେ ସାନ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ମୃତକ ବଡ ଭଉଣୀ କ୍ଷୀରମଣି ଦେହୁରୀ ଓ ସାନ ଭଉଣୀ ରୁକ୍ମଣୀ ଦେହୁରୀ । ବାଂଶପାଳ ବ୍ଲକ ନୟାକୋଟ ଫୁଲଝର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ନୟାକୋଟ ଥାନା ଫୁଲଝର ଗାଁର ଭିକାରୀ ଦେହୁରୀ ଏବଂ ତାଙ୍କ ସ୍ତ୍ରୀ ବିଲରେ କାମ କରିବାକୁ ଯାଇଥିଲେ । ଘରେ ଦୁଇ ଝିଅ ଥିଲେ । ଦେହ ଅସୁସ୍ଥ ଥିବାରୁ ସାନ ଭଉଣୀ ଘରେ ଶୋଇଥିଲେ । ଏହି ସମୟରେ ବଡ଼ ଭଉଣୀ ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ନିଜେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛି । ପରିବାର ଲୋକେ ବିଲରୁ ଆସିବା ପରେ କବାଟ ବନ୍ଦ ଥିବା ଦେଖିଥିଲେ । ବହୁ ସମୟ କବାଟ ବାଡେଇବା ପରେ ଖୋଲି କୌଣସି ଉତ୍ତର ମିଳିନଥିଲା । ଝରକା ପଟେ ଦେଖିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନ ଭଉଣୀର ମୃତଦେହ ଓ ବଡ଼ ଭଉଣୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏହାପରେ ପରେ କବାଟ ଭାଙ୍ଗି ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ।