ନୂଆଦିଲ୍ଲୀ : ତୃତୀୟ କରୋନା ଲହରରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବା ନେଇ କରାଯାଉଥିବା ଆଶଙ୍କା ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବେଙ୍ଗାଲୁରୁରେ ୫ ଦିନରେ ୨୪୨ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୧,୩୩୮ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୩୧ ଜଣଙ୍କ ପ୍ରାଣହାନି ଘଟିଛି । ନୂଆ ରୋଗୀଙ୍କ ମଧ୍ୟରେ ପିଲା ସଂଖ୍ୟା ବଢ଼ୁଥିବା ଦୃଷ୍ଟିକୁ ଆସିଛି । ବେଙ୍ଗାଲୁରୁରେ ଗତ ୫ ଦିନ ମଧ୍ୟରେ ଅତିକମରେ ୨୪୨ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି । ଅନ୍ୟପକ୍ଷରେ ଲୁଧିଆନାର ୨ଟି ସରକାରୀ ସ୍କୁଲରେ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଛାତ୍ରଛାତ୍ରୀମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଯେଉଁ ସବୁ ସ୍କୁଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେସବୁକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ।