ଘରକୁ ଫେରୁଥିବା ସମୟରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାରିପଦା : ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସୁନଗଡିଆ ସାହିର ୨୩ ବର୍ଷ ବୟସ୍କ ରବୀନ୍ଦ୍ର ସିଂ । ସୂଚନାଯୋଗ୍ୟ ଯେ, ଟ୍ରେନ ଲାଇନରେ ଶୌଚ ସାରି ଘରକୁ ଫେରୁଥିବା ସମୟରେ ବାରିପଦା-ଶାଲିମାର ସୁପରଫାଷ୍ଟ ଟ୍ରେନ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣଙ୍କ ଏକ ମୁଟିଆ ଭାବରେ ନିଜର ପରିବାରର ଜୀବନ ଜୀବିକା ନିର୍ଭରଶୀଳ ଥିବାରୁ ଏବେ ଶୋକାକୂଳ ପରିବାର ଚିନ୍ତାରେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ କ୍ଷତି ପୂରଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି ।