ମାଲକାନଗିରି,(ଏସ୍ ନ୍ୟୁଜ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରୁଥିବା ଯୋଗୁଁ ମାଲକାନଗିରି ଚଳଚଞ୍ଚଳ ହୋଇପଡିଛି। ସ୍ଥାନୀୟ ସଂସ୍କୃତି ଭବନ ଠାରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୫୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ପୂର୍ବ ପ୍ରସ୍ତୁତି ଜୋରସୋରରେ କରୁଛି।ମାଲକାନଗିରି ସମେତ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ମନ୍ତ୍ରୀମାନେ କରିବେ। ବ୍ଲକ ଓ ପଞ୍ଚାୟତରେ ମନ୍ତ୍ରୀମାନେ ପହଞ୍ଚି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିବେ। ଏହି ସ୍ମାର୍ଟ କାର୍ଡ ଦ୍ବାରା ପରିବାରର ସମସ୍ତେ ୫ ଲକ୍ଷ ଟଂକା ପର୍ଯ୍ୟନ୍ତ ବୀମା ପାଇପାରିବେ ଏବଂ ମହିଳାମାନେ ଅଧିକା ୫ ଲକ୍ଷ ଟଂକାର ବୀମା ପାଇପାରିବେ ବୋଲି କୁହାଯାଇଛି।