ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପଂଚାୟତ ରାଜ ବ୍ୟବସ୍ଥାରେ ତୃଣମୂଳ ସରକାର ଗଠନର ନିର୍ବାଚନୀ ପ୍ରକ୍ରିୟାର ତତ୍କାଳ ଭୋଟ ଗଣତିରେ ରାଜ୍ୟ ସରକାର ଅବାଂଛିତ ଭାବେ ପରିବର୍ତନ କରି ପ୍ରଚଳିତ ଭୋଟ ଗଣତି ବ୍ୟବସ୍ଥାକୁ ସନ୍ଦେହ ଘେରକୁ ଠେଲି ଦେଇଛନ୍ତି ବୋଲି ବିଜେପି ପଂଚାୟତିରାଜ ସମିତିର ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡା କହିଛନ୍ତି । ପଂଚାୟତ ନିର୍ବାଚନରେ ରାଜ୍ୟର ପ୍ରାୟ ୧ ଲକ୍ଷ ବୁଥ୍ର ୪ ଲକ୍ଷ ଭୋଟ ବାକ୍ସକୁ ବିଧିବଦ୍ଧ ଭାବେ ସୁରକ୍ଷା ଦେବା ପାଇଁ ବ୍ଲକ୍ ସ୍ତରରେ ଆବଶ୍ୟକୀୟ ଷ୍ଟ୍ରଙ୍ଗ୍ ରୁମ୍ର ବ୍ୟବସ୍ଥା ନାହିଁ କିମ୍ବା ଜିଲ୍ଲାସ୍ତରରେ ଏତେ ବିପୁଳ ସଂଖ୍ୟକ ଭୋଟବାକ୍ସ ପାଇଁ ଏ ଯାବତ ରାଜ୍ୟରେ କୈାଣସି ବ୍ୟବସ୍ଥା କରାଯାଇ ନାହିଁ । ବିଧାନସଭା ଓ ସଂସଦୀୟ ନିର୍ବାଚନ କ୍ଷେତ୍ରରେ ପ୍ରତି ପଂଚାୟତରେ ବୁଥ୍ ମାତ୍ର ୪ କିମ୍ବା ୫ ରେ ସିମିତ ଥିଲାବେଳେ ପଂଚାୟତ ନିର୍ବାଚନରେ ଏହି ବୁଥ୍ ସଂଖ୍ୟା ପ୍ରାୟ ୧୫ରୁ ୩୦ ।
ପୈାର ନିର୍ବାଚନ ପରାଜୟ ଭୟରେ ପ୍ରାୟ ୩ ବର୍ଷ ଧରି ପୈାର ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିଥିବା ରାଜ୍ୟ ସରକାର ପୁନଶ୍ଚ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପରୋକ୍ଷଭାବେ ପ୍ରଭାବିତ କରି ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ବିଡଂବିତ କରିବାର ଅସାଧୁ ଉଦ୍ୟମ ଜାରି ରଖିଛନ୍ତି । ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ୱାର୍ଡ ଏବଂ ପଂଚାୟତ ସ୍ତରରେ ଦଳୀୟ ନିର୍ବାଚନୀ ବ୍ୟବସ୍ଥା ନାହିଁ, ଏହା ର୍ନଦଳୀୟ । ନିର୍ବାଚନୀ ପ୍ରକ୍ରିୟାର ଅଂଶ ବିଶେଷଭାବେ ଭୋଟ ବାକ୍ସ ପ୍ରାବଧାନ ଓ ଗଣତିର ଗଣିତକୁ ସହଜ ସରଳ ମାନସାଂକ ପରିବର୍ତେ ଜଟିଳ ଜ୍ୟାମିତିରେ ପରିଣତ କରି ତୃଣମୂଳ ଗଣତାନ୍ତ୍ରିକ ବିଧି ବିଧାନର ବ୍ୟାପକ ଉଲଂଘନ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଶାସକ ଦଳର ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକଙ୍କ ଭାଷାରେ କପି କରି ଫାଷ୍ଠ୍ ହେଉଥିବା ରାଜ୍ୟସରକାର ଅଭ୍ୟାସଗତ ଭାବେ ପଂଚାୟତ ନିର୍ବାଚନରେ ମଧ୍ୟ କପି କରି ପ୍ରଥମ ହେବାପାଇଁ ଉଦ୍ୟମ କରିବାକୁ ପଛାଉନାହାନ୍ତି । ଲୋକସଭା ଓ ବିଧାନସଭା ଲୋକମାନଙ୍କ ସଭା ନୁହେଁ ଏହା ଲୋକ ପ୍ରତିନିଧ ମାନଙ୍କର ସଭା । ଲୋକ ମାନଙ୍କୁ ପ୍ରତ୍ୟକ୍ଷ ଶାସନରେ ଭାଗିଦାରୀ କରିବା ନିମନ୍ତେ ୧୯୯୩ ମସିହାରେ ଭାରତୀୟ ସଂମ୍ବିଧାନ ସଂଶୋଧନ କାରାଯାଇ ଶକ୍ତିଶାଳି ତୃଣମୂଳ ସରକାର (ପଂଚାୟତ) ଗଠନ କରିବାର ପରିକଳ୍ପନାକୁ ସାମ୍ବିଧାନିକ ମର୍ଯ୍ୟଦା ମିଳିଲା । ତଦନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଭଳି ତୃଣ ମୂଳ ସ୍ତରରେ ଅନ୍ୟ ଏକ କାର୍ଯ୍ୟନିର୍ବାହୀ ସରକାର ଗଠନ କରିବା ପାଇିଁ ସାମ୍ବିଧାନିକ ଆଇନ ପ୍ରଣୟନ କରାଗଲା । ‘ପଂଚାୟତକୁ କ୍ଷମତା ଲୋକଙ୍କୁ କ୍ଷମତା’ ଦେବା ପାଇିଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରଚଳିତ ବିଧିବ୍ୟବସ୍ଥା ଅନୁଯାଇ ଚୁକ୍ତିି ସ୍ୱାକ୍ଷରିତ କରାଯାଇ ସାମୁହିକ ଶାସନ ଓ ସାମୁହିକ ବିକାଶ ପ୍ରକ୍ରିୟା ତ୍ୱାରାନ୍ୱିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ବୋଲି ଶ୍ରୀ ପରିଡା କହିଛନ୍ତି ।
କ୍ଷମତାର୍ପିତ ଜନତା ଓ ଉତରଦାୟୀ ତୃଣମୂଳ ସରକାରର ଗଠନ ବ୍ୟବସ୍ଥାକୁ ଭୁଲୁଂଠିତ କରିବାକୁ ରାଜ୍ୟ ସରକାର ଭୋଟ ହେରାଫେରିର ସଙ୍ଗୀନ ଷଡଯନ୍ତ୍ର ରଚନା କରିବା ସହିତ ବିଜେପିର କ୍ରମବର୍ଦ୍ଧିଷ୍ଣୁ ଜନମତ ସପକ୍ଷରେ ବିଜୟ ଲାଭ କରିବା ନିମନ୍ତେ ଗଳାବାଟ ଖୋଜୁଛନ୍ତି ।
ଓଡିଶାରେ ପଂଚାୟତୀରାଜ ବ୍ୟବସ୍ତା ଓ ନିର୍ବାଚନୀ ପକ୍ରିୟା ଯାହା ୭୩ତମ ସଂମ୍ବିଧାନ ସଂସ୍ୱଧନର ମାର୍ଗଦର୍ଶକ ଭାବେ ଉଭା ହୋଇଥିଲା କାର୍ଯ୍ୟନିର୍ବାହୀ ନିର୍ଦ୍ଧଶନାମା ବଳରେ ତାର ବ୍ୟପକ ପରିର୍ବତନ କରାଇ ପ୍ରଚଳିତ ପଂଚାୟତିରାଜ ବିଧିବ୍ୟବସ୍ତାକୁ ଭଣ୍ଡୁର କରିବାରେ ଲାଗିପଡିଛନ୍ତି । ଓଡିଶା ସରକାରଙ୍କର ଏତାଦୃଶ ବେଆଇନ କାର୍ଯ୍ୟକଳାପକୁ ରାଜ୍ୟ ନିର୍ବାଚନ କମିଶନ ପ୍ରଶୟ ନଦେବା ସହିତ ନିର୍ବାଚନୀ ବିଧି ଆଧାରିତ ସତର୍କ ଚେତାବନୀ ଦେବା ନିମନ୍ତେ ଓଡିଶା ପ୍ରଦେଶ ଭାରତୟ ଜନତା ପାର୍ଟ୍ଟି ରାଜ୍ୟ ପଂଚାୟତିରାଜ ସମିତି ସଂଯୋଜକ ଶଙ୍କର୍ଷଣ ପରିଡା ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲ୍ିକ ଓ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ ।