ମରୁଡି ମୁକାବିଲା ପାଇଁ ସରକାରଙ୍କ ଆକ୍ସନ ପ୍ଲାନ, ଅନ୍ୟ ପଟେ ମରୁଡି ପ୍ରବଣ ଅଚଂଳକୁ ଯିବ ବିଜେପି ଟିମ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ମହାମାରୀ କରୋନା ଦାଉ ସାଧୁଥିବାବେଳେ ଏବେ ମରୁଡିର ପଦଧ୍ୱନି ଦେଖିବାକୁ ମିଳିଛି । ରାଜ୍ୟରେ ଏବେ ବର୍ଷା ନ ହେବା ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜୁଲାଇ ୧ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ତେବେ ନିଅଣ୍ଟିଆ ବର୍ଷା ପ୍ରବାବରେ ରାଜ୍ୟରେ କିପରି କୃଷି କାର୍ଯ୍ୟ ପ୍ରଭାବିତ ନହୁଏ ସେଥିଲାଗି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବେଠକ ବସିଥିଲା ।
ଏହି ବେଠକରେ ନିଶ୍ପତି ହୋଇଛି ଯେ ରାଜ୍ୟର ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱଭାବିକ ଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏହି ଅକ୍ସନ ପ୍ଲାନ ଅନୁଯାୟୀ ଯୋଉଂଠାରେ କମ୍ ବର୍ଷା ରେକର୍ଡ ହୋଇଛି ସେହି ଅଚଂଳ ମାନଙ୍କରେ ଥିବା ଉଠା ଜଳସେଚନ ଗୁଡିକୁ ସକ୍ରୀୟ କରାଯିବ । ଏହା ଦ୍ୱାରା ସାମ୍ଭାବ୍ୟ ମରୁଡିକୁ ଏଡାଦିଆଯାଇ ପାରିବ ବୋଲି ଆଶା କରାଯାଉଛି ।

ତେବେ ରାଜ୍ୟରେ ଦେଖାଯାଇଥିବା ମରୁଡିକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ରାଜ୍ୟ ବିଜେପି ମୁଖ୍ୟ ସମିର ମହାନ୍ତି । ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ମରୁଡି ପରିସ୍ତିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର କେନାଲ ମାଧ୍ୟମରେ ପାଣି ଯୋଗାଇବାକୁ ଅକ୍ଷମ ହୋଇଛନ୍ତି । ତେବେ ମରୁଡି ପରିସ୍ତିତି ସୃଷ୍ଟି ହୋଇଥିବା ଜିଲ୍ଲା ଗୁଡିକୁ ବିଜେପି ପକ୍ଷରୁ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତି ହୋଇଛି । ଏଥିପାଇଁ ରାଜ୍ୟ ବିଜେପି ୪ଟି ଦଳ ଗଠନ କରିଛି । ତେବେ ରାଜ୍ୟ ସରକାର ତୁରନ୍ତ ମରୁଡି ପ୍ରବଣ ଅଚଂଳକୁ ପାଣି ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛି ବିଜେପି ।