ଭାରତୀୟ ରେସଲିଂକୁ ପୋଷ୍ୟ ଭାବେ ଗ୍ରହଣ କଲେ ୟୁପି ସରକାର

ନୂଆଦିଲ୍ଲୀ : ଦେଶର କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଗୋଟେ ପରେ ଗୋଟେ ରାଜ୍ୟକୁ ଆଗକୁ ଆସୁଛନ୍ତି । କାରଣ ଓଡିଶା ସରକାର ପ୍ରଥମେ ହକିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲା । ଏହି ପରିପ୍ରେକ୍ଷୀରେ ଏବେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଏବେ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ଉତ୍ତର ପ୍ରଦେଶ ସରକାର ଭାରତୀୟ ରେସଲିଂକୁ ପୋଷ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ଏ ନେଇ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫଆଇ)ର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହ ସୂଚନା ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାର ରେସଲରଙ୍କୁ ସମର୍ଥନ ଓ ସେମାନଙ୍କର ଭିତ୍ତିଭୂମିକୁ ମଜଭୁତ୍ କରିବା ଲାଗି ୨୦୩୨ ଅଲିମ୍ପିକ୍ସ ପର୍ଯ୍ୟନ୍ତ ୧୭୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି। ସେହିପରି ଆମେ ୨୦୨୪ ଅଲିମ୍ପିକ୍ସ ସୁଦ୍ଧା ପ୍ରତି ବର୍ଷ ୧୦ କୋଟି ଟଙ୍କା ଲେଖାଏ ଦାବି କରିଥିଲୁ ଏବଂ ପରେ ୨୦୨୮ ଅଲିମ୍ପିକ୍ସ ପାଇଁ ପ୍ରତି ବର୍ଷ ୧୫ କୋଟି ଟଙ୍କା ଲେଖାଏ ପାଇଁ ସହାୟତା ମାଗିଥିଲୁ। ଶେଷ ପର୍ଯ୍ୟାୟରେ ୨୦୩୨ କ୍ରୀଡ଼ା ପାଇଁ ପ୍ରତି ବର୍ଷ ୨୦ କୋଟି ଟଙ୍କା (୪ ବର୍ଷ ପାଇଁ ୮୦ କୋଟି ଟଙ୍କା)ର ଦାବି କରିଥିଲୁ ବୋଲି ସେ କହିଛନ୍ତି। ବ୍ରଜଭୂଷଣ ଆହୁରି କହିଛନ୍ତି, ଉତ୍ତର ପ୍ରଦେଶର ଏହି ସହାୟତା ଦ୍ୱାରା ଭାରତୀୟ କ୍ୟାଡେଟ୍ ସ୍ତରର ରେସଲରଙ୍କୁ ମଧ୍ୟ ବିଦେଶରେ ଟ୍ରେନିଂ ପାଇଁ ସୁଯୋଗ ମିଳିବ। ଡବ୍ଲ୍ୟୁଏଫଆଇ ୨୦୧୮ରେ ଟାଟା ମୋଟର୍ସ ସହ ଭାରତୀୟ କୁସ୍ତିର ମୁଖ୍ୟ ପ୍ରାୟୋଜକ ଭାବେ ଚୁକ୍ତି କରିଥିଲା, ଯେଉଁଥିରୁ ସଂଘକୁ ୧୨ କୋଟି ଟଙ୍କାର ଆର୍ଥିକ ସହାୟତା ମିଳୁଥିଲା। ଯାହାକି ଫେଡେରେସନ୍ ରେସଲରଙ୍କୁ ଟୋକିଓ ଅଲିମ୍ପିକ୍ସ ଯାଏ କେନ୍ଦ୍ରୀୟ ଚୁକ୍ତି ଦେଇଥିଲା।