ରାସନ କାର୍ଡରେ ପରିବାରର ସଦସ୍ୟଙ୍କ ନାମ ଯୋଡିବା ପ୍ରକ୍ରିୟା ଜାଣନ୍ତୁ

ନୂଆଦିଲ୍ଲୀ: ରାସନ କାର୍ଡରେ ଯଦି ଆପଣ ନିଜ ପରିବାର ସଦସ୍ୟଙ୍କ ନାମ ସହିତ ଯୋଡ଼ିବାକୁ ଚାହୁଁଛନ୍ତି ତାହେଲେ ଏବେ ଆପଣଙ୍କୁ ଅନଲାଇନ୍ କିମ୍ବା ଅଫଲାଇନ୍ ର ସହାୟତା ନେଇପାରିବେ ।

ତେବେ ଚାଲନ୍ତୁ ଜାଣିବା ପୂରା ପ୍ରକ୍ରିୟା:-

୧. ପିଲାମାନଙ୍କ ନାମ ଯୋଡିବାକୁ ହେଲେ ଏପରି ଯୋଡ଼ନ୍ତୁ :
ଯଦି ଆପଣ ପିଲାମାନଙ୍କ ନାମ ରାସନ କାର୍ଡ ସହିତ ଯୋଡ଼ିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଘରର ମୁଖ୍ୟ ସଦସ୍ୟଙ୍କ ରାସନ କାର୍ଡ(ଫଟୋକପି ଓ ଅରିଜିନାଲ୍ ଦୁଇଟି ଯାକ), ପିଲାଙ୍କ ଜନ୍ମ ପ୍ରମାଣ ପତ୍ର, ବାପା-ମାଆଙ୍କ ଆଧାର କାର୍ଡ ଦରକାର ।
୨. ଅନ୍ୟ ସଦସ୍ୟଙ୍କୁ କିପରି ଯୋଡ଼ିବେ :
ଯଦି ଘେରର ଅନ୍ୟ କେଉଁ ସଦସ୍ୟଙ୍କୁ ଯୋଡ଼ିବାକୁ ଚାହୁଁଛନ୍ତି ଯେମିତିକି ବୋହୁ, ଆଈ ତେବେ ସେମାନଙ୍କ ଆଧାର କାର୍ଡ, ମ୍ୟାରେଜ୍ ସାର୍ଟିଫିକେଟ୍, ସ୍ୱାମୀ ମାନଙ୍କ ରାସନ କାର୍ଡ ଏବଂ ପୂର୍ବରୁ ବାପା-ମାଆଙ୍କ ନାମରେ ରହିଥିବା ରାସନ କାର୍ଡରୁ ନାମ ହଟାଇଥିବା ପ୍ରମାଣ ପତ୍ର ରହିଥିବା ଜରୁରୀ ।

ଅନଲାଇନ୍ ମାଧ୍ୟମରେ କିପରି କରିବେ:

୧. ପ୍ରଥମେ ଆପଣ ଖାଦ୍ୟ ଯୋଗାଇ ୱେବସାଇଟ୍ କୁ ଯାଆନ୍ତୁ ।
୨. ଲଗଇନ୍ କରି ହୋମ୍ ପେଜ୍ କୁ ଖୋଲନ୍ତୁ ।
୩. ସେଠାରେ ଥିବା ନୂତନ ସଦସ୍ୟଙ୍କ ନାମ ଯୋଡ଼ିବା ବିକଳ୍ପ ଉପରେ ପ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଏକ ଫର୍ମ ଆସିବ । ତାକୁ ପୂରଣ କରନ୍ତୁ । ପରିବାର ସଦସ୍ୟଙ୍କ ସମ୍ପର୍କରେ ବିବରଣୀ ଦେବା ନେଇ ଫର୍ମ ରେ ଉଲ୍ଲେଖ ରହିଥିବ
୪. ଫର୍ମ ସହିତ ଜରୁରୀ ଡକ୍ୟୁମେଣ୍ଟର ସଫ୍ଟ କପି ମଧ୍ୟ ଦେବେ ।
୫. ଫର୍ମ ପୂରଣ କରି ସବମିଟ୍ କରିବା ପରେ ଏକ ରେଜିଷ୍ଟ୍ରେସନ ନମ୍ବର ଆସିଯିବ । ଏହା ଦ୍ୱାରା ଆପଣ ନିଜ ଫର୍ମକୁ ଟ୍ରାକ୍ କରିପାରିବେ । ଏହି ଫର୍ମକୁ ଅଧିକାରୀ ମାନେ ଯାଞ୍ଚ କରିବେ ।
୬. ଯଦି ସବୁ ବିବରଣୀ ସଠିକ୍ ରହିଥିବ ତେବେ ଫର୍ମକୁ ଗ୍ରହଣ କରାଯିବ ଏବଂ ଡାକ ପୋଷ୍ଟ ଜରିଆରେ ରାସନ କାର୍ଡ ଆପଣଙ୍କ ଘରେ ପହଞ୍ଚାଯିବ ।