ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନା ସଂକ୍ରମଣକୁ ଆଖିଆଗରେ ରଖି ସରକାର ପାର୍ବଣରେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ଏବଂ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ ନିର୍ଦେଶ ଦେଇଥିଲେ | ସରକାରଙ୍କ ଏହି ନିର୍ଦେଶ ପରେ ଏହାକୁ ପୂଜା କମିଟିମାନେ ବିରୋଧ କରିବା ସହ ଏହି କଟକଣା କୋହଳ କରିବା ପାଇଁ ଦାବି କରିଥିଲେ | ଆଜି ଏ ନେଇ ସରକାର ଏବଂ ପୂଜା କମିଟି ମଧ୍ୟରେ ବୈଠକ ହୋଇଥିବା ବେଳେ ଆଗାମୀ ୨ଦିନ ଭିତରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି | ବୈଠକ ଶେଷ ହେବା ପରେ କଟକ ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ୨ ଦିନ ମଧ୍ୟରେ ସରକାର ମୂର୍ତ୍ତିର ଉଚ୍ଚତା ଏବଂ ପରଦା ଉଚ୍ଛେଦକୁ ନେଇ ନିଷ୍ପତ୍ତି ନେବେ । ଗଣେଷ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ |