ରାଜଧାନୀରେ ଲଗାଣ ବର୍ଷାରେ ଦବିଲା ୩ ମହଲା ଘର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଲଘୁଚାପ କାରଣରୁ ଆଜି ଦିନ ତମାମ ଭୁବନେଶ୍ବରରେ ଲଗାଣ ବର୍ଷା ଜାରି ରହିଛି। ଏପରିକି ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଲୋକମାନେ ଯାତାୟାତରେ ସମସ୍ୟା ସମ୍ମୁଖୀନ ହୋଇଥିଲେ। ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ରାଜଧାନୀ ବାସୀ।ସେହିପରି ଲଗାଣ ବର୍ଷା ଯୋଗୁ  ଏକ ୩ ମହଲା ଘର ଦବି ଯାଇଛି। ଭୁବନେଶ୍ବର ଡୁମୁଡୁମା  ରଘୁନାଥ ନଗରରେ ଏହା ଘଟିଛି।  ଘର  ଦବିଯିବା ଯୋଗୁ  କାନ୍ଥ କେତେକ ସ୍ଥାନରେ ଫାଟି ଯାଇଛି। ତେବେ ଘର ଦବିଯିବା ଯୋଗୁ ଭୟରେ ସେହି ଘରେ ରହୁଥିବା ଲୋକମାନେ ବାହାରକୁ ବାହାରି ଆସିଛନ୍ତି।