ଅରିନ୍ଦମଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମୃତ ଅରିନ୍ଦମଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଶୁକ୍ରବାର ଦିନ ମୁଣ୍ଡଳୀ ବ୍ରିଜ୍‌ ନିକଟରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟି ପଡିଥିଲା ବୋଟ୍‌ । ଏଥିରା ଓଡ୍ରାଫ ଯବାନଙ୍କ ସମେତ ଗଣମାଧ୍ୟମର ୨ଜଣ କର୍ମଚାରୀ ଥିଲେ । ତେବେ କୌଣଳ କ୍ରମେ କିଛି ଲୋକଙ୍କ ଉଦ୍ଧାର କରାଯାଇଥିଲା । ସେଥି ମଧ୍ୟରୁ ଅରିନ୍ଦମ ଦାଶ ଅନ୍ୟତମ ଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ଅରିନ୍ଦମଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଯାହାପରେ ବିଭିନ୍ନ ମହଲରୁ ମୃତ ଅରିନ୍ଦମଙ୍କ ପ୍ରତି ଶୋକ ପ୍ରସ୍ତାବ ଆସିଥିଲେ । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅରିନ୍ଦମଙ୍କ ପରିବାର ପ୍ରତି ସମବେଦନା ଜଣାଇ ସହାୟତା ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।