ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କର ଆଗାମୀ ଓଡ଼ିଆ ସିନେମା ଆସୁଛି ‘ଅନ୍ତର୍ଯ୍ୟାମୀ’। ଏହାକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।ଖୁବ୍ ଶୀଘ୍ର ଏହାର ଏକ ଗୀତ ‘ଧୀରେ ଧୀରେ ହୃଦୟରେ..’ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।ଏହା ଓଡ଼ିଆ ଛଡ଼ା ତେଲୁଗୁ ଭାଷାରେ ବି ରିଲିଜ୍ ହେବ। ଏହାର ମ୍ୟୁଜିକ୍ ରାଇଟ୍ସ ବି ବିକ୍ରି ହୋଇସାରିଛି।ଏହାର ପ୍ରଯୋଜନା କରିଛନ୍ତି ଅମିତ ନିଷାଦ ଓ ଜ୍ଞାନରଂଜନ ସାହୁ। ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦେଶନା ଦାୟିତ୍ବରେ ଅଛନ୍ତି ନବାଗତ ଶିବ ସତ୍ୟମ୍। ଜି ଜେ କାର୍ତ୍ତିକେୟନ୍ ଏହାର ସଙ୍ଗୀତକାର ଅଛନ୍ତି।
ଏଥିରେ ବାବୁସାନଙ୍କୁ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ଏକ ଆକସନ୍ ପ୍ୟାକଡ ମୁଭି ହୋଇଥିବା ହେତୁ ଏଥିରେ ଦମନ, ପାବାର ଓ ବୋଉ ବୁଟୁ ଭୂତ ପରେ ପୁଣି ଭିନ୍ନ ଅବତାରରେ ଦେଖିବାକୁ ପାଇବେ।