ଓଲଟିଲା ଗୋରୁ ବୋଝେଇ ଗାଡି

ଧାମନଗ,(ସାକ୍‌ସୀ ନ୍ୟୁଜ୍‌): ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଧାମନଗର ଥାନା ଚି଼ଙ୍ଗୁଡି ପୁର କେନାଲ ଠାରେ ଓଲଟିଲା ଗୋରୁ ବୁଝେଇ ଗାଡି। ସୂଚନା ଅନୁଯାୟୀ ୧୫ ଗୋରୁ ଉଦ୍ଧାର ସହ ଗାଡି ଚାଳକ ଅଟକ ହୋଇଥିବା ବେଳେ, ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡି ଟି ଯାଜପୁର ଜିଲ୍ଲାରୁ ଭଦ୍ରକ ଅଭିମୁଖେ ଯାଇଥିବା ସୂଚନା ଅନୁଯାୟୀ ଜଣା ପଡିଛି।

ଗାଡିଟି ଓଲଟି ପଡିବାରୁ ଅଧିକାଂଶ ଗୋରୁ ଆହାତ ହୋଇଥିବା ଜଣା ପଡିଛି। ତେବେ ପୋଲିସ ଗାଡି ଜବତ ସହ ଅଟକ ଥିବା ଚାଳକ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପରେ ଓଲଟି ପଡିଥିବା ଗୋରୁ ଗାଡି କେଉଁଠି ଆସି କେଉଁଠି ଯାଇଥିଲା ସମ୍ପୂର୍ଣ୍ଣ ଜଣା ପଡିବ।

ତେବେ ୧୬ ନମ୍ବର ଜାତୀୟ ରାଜପଥ ପୂର୍ବରୁ ମଧ୍ୟ ଏଭଳି ଅନେକ ଗୋରୁ ଗାଡି ଦୁର୍ଘଟଣା ଘଟି ଥିବାବେଳେ ଅନେକ ଗୋରୁ ଗାଡି ଜବତ ହୋଇଛି। ଏଭଳି ବାରମ୍ବାର ବେଆଇନ ଗୋରୁ ଚାଲାଣ କୁ ନେଇ ଜନ ଅସନ୍ତୋଷ ଦେଖିବା ପାଇଁ ମଧ୍ୟ ମିଳୁଛି।