ତୁରୁମୁଙ୍ଗାରେ ‘ଗଣତନ୍ତ୍ର ବଞ୍ଚାଅ’ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ: ସାମିଲ ହେଲେ ବିଧାୟକ ଅଖିଳ ଚନ୍ଦ୍ର ନାୟକ
ପାଟଣା/ତୁରୁମୁଙ୍ଗା,(ସାକ୍ସୀ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରୁମୁଙ୍ଗା କଲ୍ୟାଣ ମଣ୍ଡପ ପରିସରରେ ‘ଗଣତନ୍ତ୍ର ବଞ୍ଚାଅ’ ବୁଦ୍ଧିଜୀବୀ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ ଉପସ୍ଥିତ ଥିଲେ।
ଅଞ୍ଚଳର ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ବରିଷ୍ଠ ନେତୃବୃନ୍ଦ ତଥା ବହୁ ସଂଖ୍ୟାରେ କର୍ମକର୍ତ୍ତା ଯୋଗଦେଇ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ଉପରେ ଆଲୋକପାତ କରିଥିଲେ।
ସମ୍ମିଳନୀରେ ସ୍ଥାନୀୟ ସମସ୍ୟା ତଥା ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ବକ୍ତାମାନେ ନିଜର ବକ୍ତବ୍ୟ ରଖିବା ସହ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।