କଟକ: କଟକରେ କମିଶନରେଟ୍ ପୋଲିସ ଜାରି ରଖିଛି ଅପରାଧ କ୍ଲିନ୍ ଅଭିଯାନ । ସେହି ଆଧାରରେ କଟକ ସହରରୁ ପୁଣି ଜବତ ହୋଇଛି ୫ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି । ବନ୍ଧୁକ ବିକ୍ରି କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଜଣଙ୍କ ଘର କଟକରେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଘର ଜଗସିଂହପୁରରେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରେ ଏହି ବନ୍ଧୁକ କାରବାର ଚାଲିଥିବା ବେଳେ ଚଢାଉ କରି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୋଲିସ ।