ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ୨୮ ଦିନ ପରେ ଆର୍ଯ୍ୟନ ଜେଲରୁ ବାହାରିଛନ୍ତି। ବାହାରିବା ପୂର୍ବରୁ ଶାହାରୁଖ ଆର୍ଥର ଜେଲ ଠାରେ ପହଞ୍ଚିଥିଲେ । ଜେଲରୁ ମୁକ୍ତ ହେବାର ଖବର ଆସିବା ମାତ୍ରେ ମନ୍ନତ ବାହାରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ସମୟରେ ଜେଲର ଅଧୀକ୍ଷକଙ୍କୁ ଆର୍ଯ୍ୟନଙ୍କ ଆଚରଣ ଏବଂ ବ୍ୟବହାର ବିଷୟରେ ମଧ୍ୟ ପଚରାଯାଇଥିଲା। ଏନେଇ ଜେଲ ଅଧିକାରୀ କହିଛନ୍ତି ଯେ ଯେତେବେଳେ ତାଙ୍କ ବେଲ ବିଷୟରେ ଆର୍ଯ୍ୟନ୍ ଖାନଙ୍କୁ କୁହାଯାଇଥିଲା ସେତେବେଳେ ବହୁତ ଖୁସି ହୋଇଥିଲେ। ଏହା ସହ ଜେଲ ଅଧିକାରୀ କହିଥିଲେ କି ଜେଲରେ ଆର୍ଯ୍ୟନଙ୍କ ଆଚରଣ ଓ ବ୍ୟବହାର ଭଲ ରହିଛି। ଜେଲ ନିୟମ କାହା ପାଇଁ ପରିବର୍ତ୍ତନ ହେବ ନାହିଁ।
ଅନ୍ୟପଟେ ପୁଅ ଆର୍ଯ୍ୟନଙ୍କ ଗିରଫ ପରେ ଗୌରୀ ଖାନଙ୍କ ଏହା ପ୍ରଥମ ଥର ପାଇଁ ସାକ୍ଷାତ କରିବେ। ଏଥି ସହିତ, ଶାହାରୁଖ ଖାନ ଅକ୍ଟୋବର ୨୧ ରେ ପୁଅକୁ ଭେଟିବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଆର୍ଯ୍ୟନଙ୍କ ସହ ଜଡିତ କାଗଜପତ୍ର ପରିଚାଳନା କରୁଥିଲେ। ଅନ୍ୟପଟେ ଅଭିନେତ୍ରୀ ଜୁହି ଚାୱଲା ୧ ଲକ୍ଷ ଟଙ୍କା ବଣ୍ଡ ପ୍ରଦାନ କରି ଜାମିନ ନେଇଥିଲେ ଏବଂ ଓକିଲମାନେ ସମସ୍ତ ଔପଚାରିକତା ଶେଷ କରିଥିଲେ। ହାଇକୋର୍ଟଙ୍କ ଜାମିନ ଆଦେଶ ଜାରି ହେବା ପରେ ଜୁହି ଚାୱଲା ଏନଡିପିଏସ କୋର୍ଟରେ ପହଞ୍ଚି ଏକ ଲକ୍ଷ ଟଙ୍କାର ବଣ୍ଡ ଜମା କରିଥିଲେ।