ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର : ରାଜ୍ୟରେ ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାଟାଏଣ୍ଟ୍ରି ଅପରେଟର । ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଲୋକାଲ ଫଣ୍ଡ ଅଡିଟ୍‌, ସବ୍‌ରେଜିଷ୍ଟ୍ରୀରେ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର୍‌ ରହିଛନ୍ତି । ୩ ମାସ ମଧ୍ୟରେ ନିୟମିତ କରିବା ସହ ସେମାନଙ୍କୁ ସମସ୍ତ ସୁବିଧା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଠିକା କର୍ମଚାରୀଙ୍କୁ ନିୟମିତ ନେଇଥିବା ମାପଦଣ୍ଡରେ ନିୟମିତ କରିବାକୁ ନିର୍ଦ୍ଦେଶନାମାରେ ଜାରି କରାଯାଇଛି । ଏହାଦ୍ୱାରା ୧୫୦୦ରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ ।