ବ୍ରହ୍ମପୁର(ସାକ୍ସୀ ନ୍ୟୁଜ୍): ମିନାକ୍ଷୀ ନଗର ସ୍ଥିତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ କବ୍ ଓ ବୁଲବୁଲ ଦୀକ୍ଷା ଗ୍ରହଣ ଉତ୍ସବ ଇତି ମଧ୍ୟରେ ଆୟୋଜିତ ହୋଇଯାଇଛି।୬୦ ଜଣ ଛାତ୍ରଛାତ୍ରୀ ଏଠାରେ ଦୀକ୍ଷା ଗ୍ରହଣ କରିଥିଲେ।।ଏଥିରେ ଅତିଥି ରୂପେ ବିଇଓ ଦେବେନ୍ଦ୍ର ବେହେରା, ଡିଷ୍ଟ୍ରିକ୍ଟ ଗାଇଡ କମିଶନର ସ୍ୱପ୍ନା ରାଣୀ ପାଣିଗ୍ରାହୀ, ଆସିଷ୍ଟାଣ୍ଟ ଡିିଷ୍ଟ୍ଟିକ୍ଟ ଅର୍ଗାନାଇଜେସନ୍ କମିଶନ ରାମହରି ସାହୁ କାଳେଶ୍ୱର୍ ହାଇ ସ୍କୁଲ ସ୍କାଉଟ ମାଷ୍ଟର୍ ଭରତ ବିଶୋୟୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ଲବ ର ଉଦ୍ଦେଶ୍ୟ ନେଇ ସଚେତନ କରି ଥିଲେ। ଏପରି କାଯ୍ୟକ୍ରମ ସମ୍ପର୍କ ରେ ବୁଲ୍ ବୁଲ୍ କ୍ଲବ ର ସିନିୟର୍ ଗାଇଡ କ୍ୟାପଟେନ ସୁନନ୍ଦା ଦେବୀ ଓ କେ.ସି ପବ୍ଲିକ ସ୍କୁଲ ର ସ୍କାଉଟ ମାଷ୍ଟର୍ ଏମ୍.ଶ୍ରିନୁ ପାତ୍ର ସୂଚନା ଦେଇଥିଲେ।ଏହି ଅବସରରେ ସ୍କୁଲର ଚେୟାରମେନ ପ୍ରିୟମ୍ବଦା ଦାସ, ସମ୍ପାଦକ କୁନାଲ କୌଶିକ ପଣ୍ଡା ସହକାରୀ ନିର୍ଦ୍ଦେଶକ ରାହୁଲ ରାଜ ପଣ୍ଡା ,ଅଧକ୍ଷ କାହୁଁ ଚରଣ ପଣ୍ଡା, ଉପାଧ୍ୟକ୍ଷ ଅନୁପମା ପ୍ରଧାନ ଓ ପ୍ରକାଶ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଗାଇଡ ଶିକ୍ଷୟତ୍ରୀ ରଶ୍ମୀତା ଦଳାଇ ଙ୍କ ସମେତ୍ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ବ୍ରହ୍ମପୁରରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।