ରାଜ୍ୟରେ ୨୪ ଘଣ୍ଟାରେ ୨,୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ୬୦ ହଜାର ୪୮୩ ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୨୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୭୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ୪୨୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୫,ସୁନ୍ଦରଗଡ଼ରୁ ୨୧୯, ବଲାଙ୍ଗିର ୬୫, ସମ୍ବଲପୁରରୁ ୫୬ , ରାୟଗଡା ୪୩, ମୟୁରଭଞ୍ଜରୁ ୪୨, ବାଲେଶ୍ୱରରୁ ୪୦,ପୁରୀ ୩୪, ଯାଜପୁରରୁ ୫୩, ଝାରସୁଗୁଡା ୫୬,କେନ୍ଦ୍ରାପଡା ୭୬, ଗଞ୍ଜାମ ୩୫, ଜଗତସିଂହପୁରରୁ ୩୨, କଳାହାଣ୍ଡି ୩୬, କେଉଁଝର ୪୦, କୋରାପୁଟ ୪୫, ନବରଙ୍ଗପୁର ୪୩, ସୋନପୁର ୩୭, ନୟାଗଡ ୭୦, ନୂଆପଡା ୩୮. ଭଦ୍ରକ ୪୦, ବରଗଡ ୧୭, ଅନୁଗୁଳ ୯୭, ବୌଦ୍ଧ ୫୫, ଦେଓଗଡ ୯, ଢେଙ୍କାନାଳ ୬୧, ଗଜପତି ୬୪, କନ୍ଧମାଳ ୪୪, ମାଲାକାନଗିରି ୭ ଏବଂ ଷ୍ଟେଟ୍‌ପୁଲ୍‌ରୁ ୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗର ୩୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୬୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୩୪୩୫୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୯୯୬୫୧୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।