ନୂଆଦିଲ୍ଲୀ : ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଆକ୍ରମଣ ଜୋର୍ ଧରିଛି। ଏହାରି ମଧ୍ୟରେ ଋଷକୁ ସମର୍ଥନ ଘୋଷଣା କରିଛି ଚୀନ । ଚୀନ କହିଛି ଯେ, ଆମେରିକା ସମେତ ଅନେକ ଦେଶ ଋଷ ୟୁକ୍ରେନକୁ ଅକ୍ତିଆର କରିଛି ବୋଲି ଖବର ଆସୁଛି । ଅକ୍ତିଆର ଶବ୍ଦ ଏଠାରେ ବ୍ୟବହାର କରିବା ଅନୁଚିତ । ଯଦି ଏହା ଅକ୍ତିଆର କରିବା ତେବେ ଆମେରିକା ଆଫଗାନିସ୍ତାନ ଓ ଇରାନ ଉପରେ କଣ କରିଥିଲା ବୋଲି ବେଜିଂ ପ୍ରଶ୍ନ କରିଛି । ଏହାସହ ଖୋଲାଖୋଲି ଭାବେ ଋଷକୁ ସମର୍ଥନ ଜଣାଇଛି ବେଜିଂ । ଏହାସହ ଉଭୟ ପକ୍ଷ ଶାନ୍ତି ରକ୍ଷା କରନ୍ତୁ ବୋଲି ବେଜିଂ କହିଛି ।
ଗୁରୁବାର ସକାଳେ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲା ଋଷ । ମିସାଇଲ୍ ଆକ୍ରମଣ କରିଥିଲା କ୍ରେମଲିନ୍ । ଯେଉଁଥିରେ ୩୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଋଷ ଦାବି କରିଛି ଯେ, ନୌସେନାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି। ସମସ୍ତ ମିସାଇଲ୍ ସିଷ୍ଟମକୁ ଋଷ କବଜା କରିନେଇଛି । ଏପରିକି ବାୟୁସେନାକୁ ମଧ୍ୟ ଋଷ ଧ୍ୱଂସ କରିଦେଇଛି ।