ନୂଆଦିଲ୍ଲୀ : ଭାରତର ଭାରୋତ୍ତଳନରେ ମୀରାବାଇ ଚାନୁ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସିଙ୍ଗାପୁର ଭାରୋତ୍ତଳନ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବା ସହ ରାଜ୍ୟଗୋଷ୍ଠୀ ଖେଳ ପାଇଁ ୫୫କେଜି ବର୍ଗରେ କ୍ୱାଲିଫାଏ କରିଛନ୍ତି । ମୀରାବାଇ ଚାନୁ ୫୫ କିଜେ ବର୍ଗରେ ଅଂଶଗ୍ରହଣ କରି ୮୬ କେଜି ଓ ୧୦୫ କେଜି ଭାର ଉଠାଇଥିଲେ ।
ଅନ୍ୟପକ୍ଷରେ ଅନ୍ୟ ଖେଳାଳିମାନେ ମୀରାବାଇ ଚାନୁଙ୍କୁ ଟକ୍କର ଦେଇପାରି ନଥିଲେ । ଫଳରେ ସହଜରେ ସେ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ଅଷ୍ଟ୍ରେଲିଆର ଜେସିକା ସେବାଷ୍ଟେଙ୍କ ୧୬୭ ଭାର ଉଠାଇ ଦ୍ୱିତୀୟ ଓ ମାଲେସିଆର ଏଲି ଏଙ୍ଗଲବର୍ଟ ୧୬୫ କେଜି ଭାର ଉଠାଇ ତୃତୀୟ ସ୍ଥାନରେ ରହିଛନ୍ତି ।