ଭାରତର ଅନ୍ତରାଷ୍ଟ୍ରୀୟ ନୌସେନା ଅଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ମଧ୍ୟରେ ଭାରତର ଅନ୍ତରାଷ୍ଟ୍ରୀୟ ନୌସେନା ଅଭ୍ୟାସ ଆରମ୍ଭ ହୋଇଯାଇଛି । ବିଶାଖାପାଟଣାରେ ଅନ୍ତରାଷ୍ଟ୍ରୀୟ ନୌସେନା ଯୁଦ୍ଧାଭ୍ୟାସ ମିଲନ-୨୦୨୨ ଆରମ୍ଭ ହୋଇଛି । ଏହି ଯୁଦ୍ଧ ଅଭ୍ୟାସରେ ୩୯ଟି ଦେଶର ନୌସେନା ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଜୟ ଭଟ କହିଛନ୍ତି ଯେ ଭାରତର ଆଖପାଖରେ ଥିବା ଦେଶର ଉପକୂଳକୁ ସୁରକ୍ଷା ଦେବାକୁ ଏହି ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି । ଏହାଦ୍ୱାରା ଅନେକ ସମସ୍ୟାର ମୁକାବିଲା କରିହେବ ।

ସେହିପରି ସେ କହିଛନ୍ତି ଯେ, କେବଳ ବ୍ୟବସାୟ ନୁହେଁ ଉପକୂଳକୁ ସୁରକ୍ଷା ଦେବା ସବୁ ଦେଶର ଦାୟିତ୍ୱ । ଏହାସହ କେନ୍ଦ୍ରମନ୍ତ୍ରୀ ଚୀନର ବିସ୍ତାରବାଦ ନୀତିକୁ ସମାଲୋଚନା କରିଥିଲେ । ପ୍ରତି ଦୁଇବର୍ଷରେ ଥରେ ଯୁଦ୍ଧାଭ୍ୟାସ ମିଲନକୁ ଆୟୋଜନ କରାଯାଇଥାଏ ।