ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବାହାରିଥିବାବେଳେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବଡ ଝଟକା ଲାଗିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଆଶା ଆଶାରେ ହିଁ ରହିଯାଇଛି । ନବଜୋତ ସିଂହ ସିଦ୍ଧୁ ଅମୃତସର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇ ଶୋଚନୀୟ ଭାବେ ହାରିଛନ୍ତି । ସେଠାରେ ତାଙ୍କ ସହ ଆପର ଜୀବନ ଜ୍ୟୋତି କୌରଙ୍କ ସହ ହୋଇଥିଲା । ସେହିପରି ସିଦ୍ଧୁଙ୍କୁ ହରାଇ ଜୀବନ ଜ୍ୟୋତି ବିଜୟ ଲାଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୋଟ ଗଣତି ବେଳଠାରୁ ସିଦ୍ଧୁ ବହୁ ପଛରେ ପଛରେ ଯାଉଥିଲେ । ତେଣୁ ଶେଷରେ ତାଙ୍କୁ ହାରିବାକୁ ପଡିଛି । ଅନ୍ୟପକ୍ଷରେ ସିଦ୍ଧୁ ଅମୃତସର ଇଷ୍ଟରୁ ୨୦୧୭ରେ କଂଗ୍ରେସ ଟିକେଟରେ ଲଢବା ବିଧାନସଭାକୁ ଯାଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ସମର୍ଥନ କରି ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା । ହେଲେ ଦଳକୁ ନୈରାଶ୍ୟଜନକ ସାମ୍ନା କରିବାକୁ ପଡିଛି । ସେହିପରି ପଞ୍ଜାବରେ ଆପ ସରକାର ଗଠନ କରିବାକୁ ସଜବାଜ ହେବାକୁ ବସିଲାଣି ।