ଓବାମାଙ୍କୁ କରୋନା

ନୂଆଦିଲ୍ଲୀ : ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ଗଳାରେ ସାମନ୍ୟ ଯନ୍ତ୍ରଣା ଅନୂଭବ କରିବା ପରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜର କୋଭିଡ ଟେଷ୍ଟ କରାଇଥିଲେ । ଯାହା ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ମୁଁ କରୋନାରେ ସଂକ୍ରମିତ ହୋଇଛି । ଗତ କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏବେ ଭଲ ଅନୁଭବ କରୁଛି ।

ସେହିପରି ସେ କହିଛନ୍ତି ଆମେ ସମ୍ପୁର୍ଣ୍ଣ ଟିକା ନେସାରୁଛି । ଅନ୍ୟପକ୍ଷରେ ଓବାମାଙ୍କ ପତ୍ନୀ ମିସେଲଙ୍କ କରୋନା ପରୀକ୍ଷା କରିଥିଲେ ସୁଦ୍ଧା ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ସେ ସୂଚନା ଦେଇଛନ୍ତି ।