ବିବାହକୁ ନେଇ ରଣବୀରଙ୍କ ବଡ ଘୋଷଣା

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଦୀର୍ଘଦିନ ହେବ ଜୋରଦାର ଚର୍ଚ୍ଚା ଚାଲିଛି । ସେହିପରି ଉଭୟଙ୍କ ବିବାହକୁ ନେଇ ବିଭିନ୍ନ ଖବର ମଧ୍ୟ ମିଳୁଛି । ଏଇ ନିକଟରେ ଶୁଣିବାକୁ ମିଳୁଥିଲା କି ଉଭୟ ବିବାହ ପାଇଁ ସପିଂ କରିବା ସହ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଏବେ ରଣବୀର କୁପର ଉଭୟଙ୍କ ବିବାହକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦିବଂଗତ ଅଭିନେତା ତଥା ପିତା ରୁଷି କୁପରଙ୍କ ଶେଷ ଫିଲ୍ମ ଶର୍ମା ଜି ନମକିନ ରିଲିଜ ହେବାକୁ ଯାଉଛି । ଏନେଇ ରଣବୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ତାଙ୍କ ବିବାହକୁ ଅନେକ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ରଣବୀର କହିଥିଲେ ଯେ, ଆମେ ଉଭୟ ଖୁବଶୀଘ୍ର ବିବାହ କରିବାକୁ ଯାଉଛୁ । ଏବେ ବର୍ତ୍ତମାନ ପ୍ରସ୍ତୁତି କାମ ନେଇ ପ୍ଲାନ ଚାଲିଛି । ହେଲେ ସବୁଠୁ ବଡ କଥା ହେଉଛି ଏହି ବାହାଘର କେବେ ଓ କେଉଁଦିନ ହେବ ସେ ନେଇ ରଣବୀର କିଛି କହିନାହାନ୍ତି । ସମୟ ଆସିଲେ ମୁଁ ନିଜେ ଏହି ଡେଟ ଘୋଷଣା କରିବି ବୋଲି ଅଭିନେତା ରଣବୀର କହିଛନ୍ତି ।