ବିହାର ବିଧାନସଭାରେ ମଦ ବନ୍ଦ ଆଇନ ପରିବର୍ତ୍ତନକୁ ଗ୍ରୀନ ସିଗ୍‌ନାଲ

ବିହାର: ବିହାର ବିଧାନସଭାରେ ମଦ ବନ୍ଦ ଆଇନ ପରିବର୍ତ୍ତନକୁ ଗ୍ରୀନ ସିଗ୍‌ନାଲ ମିଳିଛି । ବିହାର ଅବକାରୀ ମନ୍ତ୍ରୀ ସୁନୀଲ କୁମାର ବିଧାନସଭାରେ ମଦ ନିଷେଧ ଓ ଉତ୍ପାଦ ସଂଶୋଧନ ବିଧେୟକକୁ ଆଗତ କରିଥିଲେ । ସଂଶୋଧନକୁ ନୀତିଶ କ୍ୟାବିନେଟ ପୂର୍ବରୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏବେ ସଂଶୋଧିତ ବିଧେୟକକୁ ରାଜ୍ୟପାଳଙ୍କୁ ପଠାଯିବ । ପରେ ଏହା ଆଇନରେ ପରିଣତ ହେବ । ଏହି ଆଇନ ସଂଶୋଧନ ପରେ ମଦ ପିଇ ଯି ପ୍ରଥମଥର ଧରାପଡିଲେ ଜେଲ ଯିବାକୁ ପଡିବନି । ମାଜିଷ୍ଟ୍ରେଟ ଜୋରିମାନା ନେଇ ଛାଡିଦେବେ । କିନ୍ତୁ ବାରମ୍ବାର ମଦ ପିଇ ଧରାପଡିଲେ କଡା ପାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।