ଅବସର ନେଲେ ରାଜ୍ୟସଭାରୁ ୭୨ ସଦସ୍ୟ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଗୁରୁବାର ୭୨ଜଣ ସଦସ୍ୟ ଅବସର ଗ୍ରହଣ କରିଛନ୍ତି । ଏହି ଅବସର ଗ୍ରହଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମ ରାଜ୍ୟସଭା ସଦସ୍ୟଙ୍କ ଅନୁଭବର କ୍ଷମତା ବହୁବାର ଶିକ୍ଷାଗତ କ୍ଷମତାଠାରୁ ଅଧିକ ହୋଇଥାଏ । ସେହିପରି ଅବସର ନେଉଥିବା ସମସ୍ତ ସଦସ୍ୟଙ୍କୁ ମୁଁ ପୁଣି ଆସିବାକୁ କହିବି । ଅନ୍ୟପକ୍ଷରେ ମୋଦି କହିଛନ୍ତି ଯେ, ଅନୁଭବର ମିଶ୍ରଣ ଯୋଗୁ ଖୁବ କମ ଭୁଲ ହୋଇଥାଏ । ଅନୁଭବର ନିଜର ଏକ ବିଶେଷ ମହତ୍ତ୍ୱ ରହିଥାଏ । ଯଦି ଏମିତି ଅନୁଭବୀ ସଦସ୍ୟ ସଦନରୁ ଯାଇଥାନ୍ତି ତେବେ ସଦନ ଓ ରାଷ୍ଟ୍ରର ବଡ କ୍ଷତି ହୋଇଥାଏ । ମୋଦୀ କହିଛନ୍ତି ଯେ ଅନୁଭବୀ ସଦସ୍ୟଙ୍କଠାରୁ ଆମେ ଯାହା ଶିଖିଛୁ ତାହାକୁ ସଦନର ଉନ୍ନତି ପାଇଁ ଉପଯୋଗ କରିବା ସହ ଏହା ଦେଶର ସମୃଦ୍ଧିରେ ସହାୟକ ହେବ ।