ସଂସଦରେ ଉଠିଲା ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଛନ୍ତି । ଏନଏମଏ ଅନୁମିତା ବିନା ଖନନ କାର୍ଯ୍ୟ ଚାଲିଥିବା ଅପରାଜିତା ଅଭିଯୋଗ କରିଛନ୍ତି । ବେଆଇନ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ ଚାଲିଛି । ରାଜ୍ୟ ସରକାର ନିଷିଧ୍ୟାଞ୍ଚଳ ଭିତରେ ଖନନ କାର୍ଯ୍ୟ ଚଲାଇଛନ୍ତି । ବିକାଶ କାର୍ଯ୍ୟ ହେଉ କିନ୍ତୁ ଆଇନ ପରିଧି ଭିତରେ ହେଉ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ଅନ୍ୟପଟେ ଶ୍ରୀ ଷଡଙ୍ଗୀଙ୍କ ଅଭିଯୋଗକୁ ପୁରୀ ସାଂସଦ ପିନାକୀ ମିଶ୍ର ଖଣ୍ଡନ କରିଛନ୍ତି । ଏନଏମଏର ଏନଓସିରେ କାମ ଚାଲିଛି । କିଛି ଖନନ ହେଉନି, କେବଳ ୪ଟି ଟଏଲେଟ ତିଆରି ହେଉଛି । ଏହାଦ୍ୱାରା ମନ୍ଦିର ଉପରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।