ବରଗଡ : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ଥାନା ଅଧୀନସ୍ଥ ଢବା ଗ୍ରାମରେ ଚାଞ୍ଚଲ୍ୟ। ଗ୍ରାମର ରାମଲାଲ କଲେତଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ସନ୍ଦେହ ଓ ଅଭିଯୋଗ ପ୍ରକାଶ ପାଇଛି। ଘଟଣାକୁ ନେଇ ଝାରବନ୍ଧ ଥାନା ପୋଲିସ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଛି। ଘଟଣାର ପ୍ରକୃତ କାରଣ ଏବଂ ଏଥିରେ କିଏ ସମ୍ପୃକ୍ତ ଅଛନ୍ତି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।