ମହଙ୍ଗା ହେବ ତମାଖୁ ସେବନ!

ନୂଆଦିଲ୍ଲୀ: ତମାଖୁ ସେବନକାରୀଙ୍କୁ ବଡ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ବଜେଟରେ ୨୦୨୨ରେ କରାଯାଇଥିବା ନିୟମ ଯୋଗୁଁ ୧ ଏପ୍ରିଲରୁ ଏହି ଉତ୍ପାଦର ଦାମ ବୃଦ୍ଧି ହେବ । ତମାଖୁ ଏବଂ ପାନ ମସଲା ଭଳି ଅନ୍ୟାନ୍ୟ ସାମଗ୍ରୀ ଉପରେ ଉତ୍ପାଦନ ଶୁଳ୍କ ବଢାଇଛନ୍ତି ସରକାର । ଏହାର ପ୍ରଭାବ ସିଧାସଳଖ କମ୍ପାନୀର ଉତ୍ପାଦନ ଖର୍ଚ୍ଚ ଉପରେ ପଡିବ । ତେବେ ଏହାର ଭରଣା କରିବା ପାଇଁ କମ୍ପାନୀମାନେ ନିଜ ଉତ୍ପାଦନର ଦାମ ବଢାଇବେ ଯାହା ଏହାକୁ ବ୍ୟବହାର କରୁଥିବା ଖାଉଟିଙ୍କ ଉପରେ ପଡିବ । ସରକାର ୧ ଏପ୍ରିଲରୁ ନୂଆ ଉତ୍ପାଦ ଶୁଳ୍କ ଲାଗୁ କରିଛନ୍ତି । ସେହିପରି ସିଗାରେଟ ଉପରେ ମଧ୍ୟ ଉତ୍ପାଦ ଶୁଳ୍କ ବଢାଇଛନ୍ତି ସରକାର ।