କ୍ୱାରେଣ୍ଟାଇନରେ ୱାର୍ଣ୍ଣର

ମୁମ୍ବାଇ : ଅଷ୍ଟ୍ରେଲିଆର ଓପନର ବ୍ୟାଟ୍ସମ୍ୟାନ ଡେଭିଡ୍‌ ୱାର୍ଣ୍ଣର ମୁମ୍ବାଇର ଏକ ହୋଟେଲରେ କ୍ୱାରେଣ୍ଟାଇନରେ ରହିଛନ୍ତି । ଏନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଏକ ଟ୍ୱିଟ ଜରିଆରେ ଏହି ସୂଚନା ଦିଆଯାଇଛି । ସେ ତିନିଦିନିଆ କ୍ୱାରେଣ୍ଟାଇନ ଶେଷ କରିବା ପରେ ଦିଲ୍ଲୀ ଦଳ ସହ ଯୋଗ ଦେବେ । ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ୱାର୍ଣ୍ଣର ଅଷ୍ଟ୍ରେଲିଆ ଦଳ ସଦସ୍ୟ ଥିଲେ । ତେଣୁ ସେ ବିଳମ୍ବରେ ମୁମ୍ବାଇ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଆଇପିଏଲ ମେଗା ଖେଳାଳି ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୱାର୍ଣ୍ଣରଙ୍କୁ କିଣିଥିଲା । ସେହିପରି ଆସନ୍ତା ୭ ତାରିଖ ମ୍ୟାଚରେ ଲକ୍ଷେ୍ନøକୁ ଭେଟିବ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଓପନର ବ୍ୟାଟ୍ସମ୍ୟାନ ଡେଭିଡ୍‌ ୱାର୍ଣ୍ଣର ଏହି ମ୍ୟାଚ ଖେଳିବା ସମ୍ଭାବନା ରହିଛି ।