ଭୋପାଳ : ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଥାନାରେ ସାମ୍ବାଦିକ ଓ ତାଙ୍କର ଜଣେ ବନ୍ଧୁଙ୍କ କପଡା ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୁଇ ଜଣ ପୋଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶିବରାଜ ରିପୋର୍ଟ ମାଗିଛନ୍ତି । ସୂଚନାଯୋଗ୍ୟ, ଥାନାରେ ଜଣେ ସାମ୍ବାଦିକ ଓ ତାଙ୍କର ବନ୍ଧୁମାନେ ଅଣ୍ଡରୱେର କପଡା ପିନ୍ଧି ଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ରାଜ୍ୟ ସରକାର ଏହି ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ଏକ ଥାନା ପରିସରରେ ଜଣେ ସାମ୍ବାଦିକ ଓ ତାଙ୍କର ବନ୍ଧୁମାନଙ୍କୁ ଅଣ୍ଡରୱେର ପୋଷାକରେ ଛିଡା କରାଯାଇଥିବା ଫଟୋ ଭାଇରାଲ ହୋଇଥିଲା । କୁହାଯାଉଛି ଯେ, ଧାରଣାରତ ଲୋକଙ୍କୁ ପୋଲିସ ଗିରଫ କରିଥିଲା ଏବଂ ଥାନାରେ ନିର୍ଯାତନା ଦେଇଥିଲା ଏଥି ସହିତ ସାମ୍ବାଦିକ ଓ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିଥିଲା । ମୁଖ୍ୟମନ୍ତ୍ରୀ ଏହି ଘଟଣାର ରିପୋର୍ଟ ମାଗିଛନ୍ତି । ଏଥି ସହିତ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।