ତତଲା କଢେଇରେ ଭାଜି ହେଉଛି ରାଜ୍ୟ
ରାଜ୍ୟରେ ପ୍ରଚଣ୍ଡ ଉତ୍ତାପରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ । ସେହିପରି ରାଜ୍ୟର…..
ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଉତ୍ତାପରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ । ସେହିପରି ରାଜ୍ୟର ୫ଟି ଜିଲ୍ଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ହିଟ ୱେଭ ଜିଲ୍ଲା ତାଲିକାରେ ବୌଦ୍ଧ, ବଲାଙ୍ଗୀର, ସୋନପୁର, ମୟୁରଭଞ୍ଜ ଓ କଳାହାଣ୍ଡି ସାମିଲ ରହିଛି । ଏନେଇ ସମସ୍ତ ରାଜ୍ୟର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଲର୍ଟ ଜାରି କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ୪୩.୦୩ ଡିଗ୍ରୀ ସହିତ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି । ସେହିପରି ରାଜ୍ୟର ୨୮ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି ।