ନୂଆଦିଲ୍ଲୀ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାଇକ୍ରୋ ଲଗାତାର ୨ୟଥର ନିର୍ବାଚନ ଜିତି କ୍ରମାଗତ ଭାବେ ରାଷ୍ଟ୍ରପତି ହୋଇପାରିଛନ୍ତି । ମାଇକ୍ରୋଙ୍କୁ ୫୮.୨ ପ୍ରତିଶତ ଭୋଟ ମିଳିଛି । ସେ ମରୀନ ଲେ ପେନ୍ଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ମାଇକ୍ରୋଙ୍କ ବିଜୟ ପରେ ପ୍ୟାରିସର ଏଫିଲ ଟାୱାର ନିକଟରେ ତାଙ୍କର ସମର୍ଥକମାନେ ଖୁସି ପାଳନ କରିଛନ୍ତି । ଚ୍ୟାପ ଡେ ମାର୍ସ ପାର୍କରେ ଏକ ବିଶାଳ ସ୍କ୍ରିନରେ ରେଜଲ୍ଟ ପ୍ରଦର୍ଶିତ ହୋଇଥିଲା । ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟୁଇଟ୍ କରି ଇମାନୁଏଲଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସେ କହିଛନ୍ତି ଫ୍ରାନ୍ସ ହେଉଛି ଆମର ନିକଟତର ଏବଂ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ସେହିପରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।