ଦିଲ୍ଲୀରେ ନିର୍ମାଣଧିନ କୋଠା ଭୁସୁଡିଲା

ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁସୁଡି ୫ଜଣ ଶ୍ରମିକ ତଳେ ଚାପି ହୋଇ…

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁସୁଡି ୫ଜଣ ଶ୍ରମିକ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏମାନଙ୍କୁ ଉଦ୍ଧାର କରିବା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ଏକ ୩ ମହଲା କୋଠାରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି । ଘଟଣା ଘଟିବା ସମୟରେ ୫ଜଣ ଶ୍ରମିକ ହିଁ ସେଠାରେ କାମ କରୁଥିଲେ । ଘଟଣାସ୍ଥଳରେ ଫାୟାର ଟେଣ୍ଡରର ୬ଟି ଗାଡି ମହଜୁଦ ଥିବା ଦିଲ୍ଲୀ ଅଗ୍ନିସେବା ବିଭାଗ ସୂଚନା ପ୍ରଦାନ କରିଛି ।