ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ଗୁଟେରେସ

ରୁଷ-ୟୁକ୍ରେନ ମଧ୍ୟରେ ଗତ ଫେବୃଆରୀ ୨୪ଠାରୁ ଜାରି ଥିବା ଯୁଦ୍ଧ…

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଗତ ଫେବୃଆରୀ ୨୪ଠାରୁ ଜାରି ଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଛି । ଏହି ଯୁଦ୍ଧରେ ଭିତରେ ୟୁଏନ ରାଷ୍ଟ୍ର ମୁଖ୍ୟ ଆଣ୍ଟୋନିଓ ଶୁକ୍ରବାର ରାଜଧାନୀ କିଭ ପହଞ୍ଚି ସାରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମୀର ଜେଲେନସ୍କିଙ୍କୁ ଭେଟିଛନ୍ତି । ସୂଚନାଯୋଗ୍ୟ ଯେ, ୟୁଏନ ମୁଖ୍ୟ ଗୁଟେରେସ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିବା ସହ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ କଥାବାର୍ତ୍ତା ହୋଇଥିଲା । ଏକ ରିପୋର୍ଟ ଅନୁସାରେ ପୁଟିନ ଓ ଗୁଟେରେସଙ୍କ ଆଲୋଚନାରୁ କୌଣସି ସକରାତ୍ମକ ଫଳ ବାହାରି ନଥିଲା । ସେହିପରି ଗୁଟେରେସଙ୍କ ୟୁଏନ ଗସ୍ତ ନେଇ ଜେଲେନ୍‌ସ୍କି ଉତ୍ସାହିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୁଟିନ ଓ ଆଣ୍ଟୋନିଓ ଶାନ୍ତିକୁ ନେଇ ମସ୍କୋରେ ଭେଟଘାଟ ହୋଇଥିଲେ । ଆଣ୍ଟୋନିଓ ମାରିୟୁପୋଲ ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ । ସେ ରୁଷିଆକୁ ନିବେଦନ କରିଥିଲେ ସେଠାରେ କିଛି ଦିନ ଯୁଦ୍ଧ ବନ୍ଦ କରାଯାଉ । ଏହା ଦ୍ୱାରା ଷ୍ଟିଲ କାରଖାନାରେ ନିୟୋଜିତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇପାରି ।