ଅନଲାଇନରେ ଏନପିଏସ ସେବା ଆରମ୍ଭ

ଭାରତୀୟ ଡାକ ବିଭାଗ ନିଜ ସେବାରେ ବ୍ୟାପକ ପରିବର୍ତ୍ତନ….

ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ ନିଜ ସେବାରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଜାତୀୟ ପେନସନ ଯୋଜନା, ନାଗରିକ ମଡେଲ ଯୋଜନାକୁ ନିଜ ସେବାରେ ସାମିଲ କରିଛି ଡାକ ବିଭାଗ । ଭାରତ ସରକାରଙ୍କ ଏହି ସ୍ୱେଚ୍ଛାକୃତ ପେନସନ ଯୋଜନା ୨୦୧୦ ପରଠାରୁ ଭୌତିକ ପ୍ରକ୍ରିୟା ପ୍ରଣାଳୀ ମାଧ୍ୟମରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଦ୍ୱାରା ଡାକଘର ଗୁଡିକ ମାଧ୍ୟମରେ ପରିଚାଳନା ହେଉଥିଲା । ଡାକ ବିଭାଗ ଏବେ ଏନପିଏସ ସମସ୍ତ ନାଗରିକ ମଡେଲ ଅନଲାଇନ ସେବା ପ୍ରଦାନ କରୁଛି । ୧୮-୭୦ ବର୍ଷ ବୟସ ବର୍ଗର ଯେକୌଣସି ଭାରତୀୟ ନାଗରିକ ଡାକ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ମେନୁ ହେଡ ଜାତୀୟ ପେନସନ ପ୍ରଣାଳୀ ଅନଲାଇନ ସେବା ମାଧ୍ୟମରେ ଏହି ଅନଲାଇନ ସୁବିଧାର ଲାଭ ନେଇ ପାରିବେ ।

ଏନପିଏସ ଅନଲାଇନ ଅନ୍ତର୍ଗତ ନୂଆ ପଞ୍ଜିକରଣ ପ୍ରାରମ୍ଭିକ/ପରବର୍ତ୍ତୀ ଯୋଗଦାନ ଓ ଏସଆଇପି ବିକଳ୍ପ ଭଳି ସୁବିଧାଗୁଡିକ ସର୍ବନିମ୍ନ ଶୁଳ୍କରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି । ସେହିପରି ଅର୍ଥମନ୍ତ୍ରାଳୟ ବିଭିନ୍ନ ସମୟରେ କରୁଥିବା ଘୋଷଣା ଅନୁଯାୟୀ ଗ୍ରାହକ ୮୦ ସିସିଡି ଅନ୍ତର୍ଗତ ଏନପିଏସରେ ଟିକସ ଛାଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ ।