ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଲଗାତାର ବିଫଳତା ଅନେକ ପୂର୍ବତନ କ୍ରିକେଟରଙ୍କୁ ମଧ୍ୟ ବ୍ୟଥିତ କରିଛି । କୋହଲି ଚଳିତ ଆଇପିଏଲର ୯ଟି ମ୍ୟାଚରେ ମାତ୍ର ୧୨୮ ରନ୍ ସ୍କୋର କରିବା ସହ ଦୁଇଥର ଶୂନରେ ଆଉଟ ହୋଇଛନ୍ତି । କହିବାକୁ ଗଲେ ବିରାଟ ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସୁନୀଲ ଗାଭାସ୍କରଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ପର୍ଯ୍ୟନ୍ତ ଅନେକ ପୂର୍ବତନ ଖେଳାଳି ତଥା କ୍ରିକେଟ ବିଶେଷଜ୍ଞ କୋହଲିଙ୍କ ଖରାପ ଫର୍ମ ବିଷୟରେ କହିଛନ୍ତି । ଏହା ମଧ୍ୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ମୁଣ୍ଡରେ କଣ ଚାଲୁଛି ଜାଣିହେଉନି । ତେଣୁ ମୁଁ ନିଶ୍ଚିତ ଯେ ସେ ପୁଣି ଫର୍ମକୁ ଫେରିବେ । କୋହଲି ଜଣେ ମହାନ ଖେଳାଳି ।
ସେହିପରି ରବି ଶାସ୍ତ୍ରୀ କହିଥିଲେ ଯେ କିଛି ସମୟ କ୍ରିକେଟ୍ରୁ ବିଶ୍ରାମ ନେବା ତାଙ୍କ ପାଇଁ ବିଜ୍ଞତାର ପରିଚୟ ହେବ । କେବେ କେବେ ଆପଣଙ୍କୁ ସନ୍ତୁଳନ ରକ୍ଷା କରିବାକୁ ପଡିଥାଏ । ଏଣୁ କୋହଲି ଯଦି ଆଉ ୬-୭ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଚାହୁଛନ୍ତି ତାହେଲେ ଆଇପିଏଲରୁ ଓହରି ଯାଆନ୍ତୁ ।