ବଲିଉଡରେ ଡେବ୍ୟୁ କରିବେ ସାରା ତେନ୍ଦୁଲକର!

ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର….

ମୁମ୍ବାଇ: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ବଲିଉଡରେ ଡେବ୍ୟୁ କରିବା ନେଇ ଜୋରଦାର ଚର୍ଚ୍ଚା ଜୋର ଚାଲିଛି । ସାରା ତେନ୍ଦୁଲକ ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ନିଜ ଫଟୋ ସେୟାର କରିଥାନ୍ତି । କିନ୍ତୁ ସାରା ଏବେ ଅଭିନୟ କରିବା ପାଇଁ ପ୍ରଶିକ୍ଷଣ ନେଉଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ସାରା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ଶେଷ କରିଥିଲେ ବି ସେ ଗ୍ଲାମର ଦୁନିଆରେ ନିଜ କ୍ୟାରିୟର କରିବାକୁ ଚାହୁଁଛନ୍ତି । ତେବେ ସାରା ବଲିଉଡରେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।