ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟ୍ର’ ପରେ ଏବେ ଟେସଲାର ସିିଇଓ ଏଲନ ମସ୍କଙ୍କ ଅନ୍ୟ ଏକ ଟୁଇଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏଲନ ମସ୍କ ଟୁଇଟ୍ କରି କହିଛନ୍ତି ସେ କୋକାକୋଲା କିଣିବେ । ଟ୍ୱିଟ୍ରର ମାଲିକ ହେବା ପରେ ଏଲନ ମସ୍କ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରୁଛନ୍ତି । ଏଲନ ମସ୍କ ଟ୍ୱିଟ୍ କରିଛନ୍ତି ଯେ ଏବେ କୋକାକୋଲା କିଣିବାକୁ ଯାଉଛି । ଫଳରେ ଏଥିରେ କୋକୀନ ଦେଇପାରିବି । ଏଲନ ମସ୍କଙ୍କ ଏହି ଟ୍ୱିଟ୍ ଜୋରଦାର ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ୍ ମସ୍କ ଗତ ୨୬ ତାରିଖରେ ଟୁଇଟରକୁ କିଣିଛନ୍ତି । ସେ ୪୪ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୩୩୬୮ କୋଟି ଟଙ୍କାରେ ଏହାକୁ କିଣିଛନ୍ତି ।