ସେମିକନ ଇଣ୍ଡିଆ ପ୍ରୋଗ୍ରାମର ଉଦଘାଟନ କରିବେ ମୋଦି

ପ୍ରଥମ ସେମିକନ ଇଣ୍ଡିଆନ୍ସ କନଫରେନ୍ସକୁ ଉଦଘାଟନ କରିବେ

ନୂଆଦିଲ୍ଲୀ : ପ୍ରଥମ ସେମିକନ ଇଣ୍ଡିଆନ୍ସ କନଫରେନ୍ସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବରରେ ସେଣ୍ଟରର ପ୍ରଥମ ସେମିକନ ଇଣ୍ଡିଆ ପ୍ରୋଗ୍ରାମର ଘୋଷଣା ହୋଇଥିଲା । ଇଲେକ୍ଟୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁସାରେ ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ଏକ ଦୀର୍ଘମିଆଦୀ ସ୍ୱପ୍ନ । ସେହିପରି ଅନ୍ୟ ଦେଶ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ସହ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦନ, ସେମିକଣ୍ଡକ୍ଟର ଡିଜାଇନ, ଉତ୍ପାଦନ ଓ ଉଦ୍ଭାବନରେ ଭାରତକୁ ଆଗରେ ରଖିବା ଏହାର ମୁଖ୍ୟ ଲକ୍ଷ୍ୟ ।

ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ଭାରତକୁ ଗ୍ଲୋବାଲ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନିତ କରିବା । ଗତ ୭୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏହି ପ୍ରୟାସ କରାଯାଇଛି । ଭାରତକୁ ଇଲେକ୍‌ଟ୍ରୋନିକ୍ସ ଉଦ୍‌ୟୋଗର ବୈଷୟିକ ହବ କରିବା ପାଇଁ ଏହା ଏକ ବଡ ପଦକ୍ଷେପ । ଅନ୍ୟପକ୍ଷରେ ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।