ଅଭ୍ୟାସବେଳେ ହେଲିକପ୍ଟର କ୍ରାଶ: ଦୁଇ ମୃତ୍ୟୁ
ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ….
ରାୟପୁର : ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତ ୨ ପାଇଲଟ ହେଲେ ଗୋପାଳ କୃଷ୍ଣ ପଣ୍ଡା ଓ ଏପି ଶ୍ରୀବାସ୍ତବ । ସୂଚନାଯୋଗ୍ୟ ଯେ, ଅଭ୍ୟାସ ସମୟରେ ବିମାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । କିନ୍ତୁ ନିଆଁ ଲାଗିବାର କାରଣ ଜଣାପଡି ନାହିଁ । କୁହାଯାଉଛି ଯେ, ଅଭ୍ୟାସ ସମୟରେ ହେଲିକପ୍ଟରଟି ଦୁର୍ଘଟଣାର ସାମ୍ନା କରିଥିଲା । ଅନ୍ୟପକ୍ଷରେ ବିମାନ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟୁଇଟ୍ କରି କହିଛନ୍ତି ଯେ, ରାୟପୁର ବିମାନବନ୍ଦରରେ ରାଜ୍ୟ ହେଲିକପ୍ଟର କ୍ରାଶ ହେବାର ଦୁଃଖଦ ସୂଚନା ମିଳିଛି । ଏହି କ୍ରାଶ ଯୋଗୁଁ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ପାଇଲଟଙ୍କ ମୃତ୍ୟୁ ନେଇ ଶୋକ ଜଣାଇବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।