ନୂଆଦିଲ୍ଲୀ : ଦିଲ୍ଲୀର ଗୁରୁ ରବିଦାସ ମାର୍ଗରେ ଏକ ଅଭାବନୀୟ ଘଟଣା ଘଟିଛି ।ଜଳିଗଲା ବସ । ରାସ୍ତାରେ ହୁତୁହୁତୁ ହୋଇ ଜଲିଲା କ୍ଲଷ୍ଟର୍ ବସ୍ । ସୂଚନାନୁସାରେ ବସଟି ରବିଦାସ ମାର୍ଗ ଦେଇ ଯାଉଥିବା ବେଳେ ହଠାତ ଧୂଆଁ ବାହାରିଥିଲା । ଏହା ଦେଖି ତୁରନ୍ତ ସମସ୍ତ ଯାତ୍ରୀ ଭୟରେ ବାହାରରୁ ଚାଲିଆସିଥିଲେ । ସଂଗେ ସଂଗେ ଏହା ହୁତୁହୁତୁ ହୋଇ ଜଳିଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚ ନିଆଁ ଲାଗିବା ନେଇ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପକ୍ଷରେ ଘଟଣାସ୍ଥଳରେ ପୋଲିସ ପହଁଞ୍ôଚ ତଦନ୍ତ ମଧ୍ୟ ଆରମ୍ଭ କରୁଛି । ତେବେ ବସରେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ଜଣାପଡିଛି ।