ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ମଧ୍ୟରେ ପୁଣିଥରେ ବିବାଦ ଦେଖିବାକୁ ମିଳିପାରେ । କାହିଁକିନା, ପଶ୍ଚିମବଙ୍ଗରେ ଏବେ ରାଜ୍ୟ ପରିଚାଳିତ ୟୁନିଭର୍ସିଟିର କୁଳପତି ଆଉ ରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏହାସହ ଜଡିତ ବିଧେୟକକୁ ଯଥାଶୀଘ୍ର ବିଧାନସଭାରେ ପାରିତ କରାଯିବ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରାତ୍ୟ ବସୁ ବୈଠକ ପରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟର କୁଳପତି କରାଯିବାର ବିଧେୟକକୁ ପଶ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବିଧେୟକ ଯଥାଶୀଘ୍ର ବିଧାନସଭାରେ ଆଗତ ହେବ ।