ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି : ୩ ଓ ୪ ରେ ୪୪ ଛୁଇଁପାରେ ପାରଦ

ରାଜ୍ୟରେ ଅସହ୍ୟ ଗରମ ସହ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ…

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ସହ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଗକୁ ଉପକୂଳରେ ଗୁଳୁଗୁଳି ଆହୁରି ବଢ଼ିବ। ତା’ ସହିତ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇବ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଆଜି ରାଜ୍ୟର ୮ ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି।

ପୁଣି ବୌଦ୍ଧ ୪୨.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଗୁରୁବାର ସୁବର୍ଣ୍ଣପୁର ୪୨.୪, ମାଲକାନଗିରି ୪୦.୨, ଟିଟିଲାଗଡ ୪୧.୮, ବଲାଙ୍ଗୀର ୪୧.୨, ସମ୍ବଲପୁର ୪୦.୨, ପାରଳାଖେମୁଣ୍ଡି ୪୦ ଏବଂ ନୂଆପଡା ୪୧, ଭୁବନେଶ୍ବର ୩୭ ଏବଂ କଟକରେ ୩୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି।