ଚଳିତ ମାସରେ ଅଧିକ ବର୍ଷା ହେବ!

ଚଳିତ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଏନେଇ ଆଇଏମଡି ଏହି ପୂର୍ବାନୁମାନ…

ଭୁବନେଶ୍ୱର : ଚଳିତ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଏନେଇ ଆଇଏମଡି ଏହି ପୂର୍ବାନୁମାନ କରିଛି । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଜୁନ ମାସରେ ସମଗ୍ର ଦେଶରେ ବର୍ଷା ସ୍ୱାଭାବିକ ରହିବ । ବିଶେଷତଃ ପଶ୍ଚିମ ଭାରତ, ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ୱାଭାବିକ ଓ ସ୍ୱାଭିବକ ଠାରୁ ଅଧିକ ବର୍ଷା ହୋଇପାରେ ।

ସେହିପରି ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକାର ଦକ୍ଷିଣ ଭାଗରେ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ପୂରା ମୌସୁମୀ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶାରେ କେତେ ବର୍ଷା ହେବ, ସେ ନେଇ ଏକ ମିଶ୍ରିତ ଆକଳନ କରାଯାଇଛି ବୋଲି କହିଛନ୍ତି ଆଇଏମଡି ଡିଜି । ସେ କହିଛନ୍ତି, ମୌସୁମୀ ଋତୁରେ ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛ । କିଛି ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଆଉ କିଛି ସ୍ଥାନରେ ସ୍ୱାଭାବିକ ଠାରୁ କମ ବର୍ଷା ହେବ ।