ମୁମ୍ବାଇ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ସାମନ୍ଥା ପରସ୍ପରକୁ ଛାଡ ପତ୍ର ଦେଇ ଅଲଗା ରହୁଛନ୍ତି । ପରସ୍ପରଠୁ ଅଲଗା ହେବା ଖବର ସାମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଏବେ କିନ୍ତୁ ଆଉ ଜଣେ ଅଭିନେତ୍ରୀଙ୍କ ସହ ନାଗା ଚୈତନ୍ୟ ନୂଆ ଲଭ ଲାଇଫ ଆରମ୍ଭ କରବିକୁ ଯାଉଥିବା ଶୁଣିବାକୁ ମିଳୁଛି । ନାଗା ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳୁଛି । ସୋଭିତାଙ୍କ ସହ ତାଙ୍କୁ ନୂଆ ଘରେ ଦେଖିବାକୁ ମିଳିଛି । ଏଥିସହ ଅନେକ ସମୟରେ ହୁହିଁଙ୍କୁ ବାହାରେ ଡିନରରେ ଯିବାର ମଧ୍ୟ ଦେଖିବାକୁ ମିଳିଛି । ସୋଭିତା ଫେମିନା ମିସ ଇଣ୍ଡିଆ ଅର୍ଥ ୨୦୧୩ ଟାଇଟେଲ ଜିତିଛନ୍ତି ସୋଭିତା ।