ନୂଆଦିଲ୍ଲୀ : ଭାରତ-ଆୟର୍ଲାଣ୍ଡ ମଧ୍ୟରେ ରବିବାର ପ୍ରଥମ ଟି-୨୦ ମୁକାବିଲା ଖେଳାଯାଇଥିଲା । ଏହି ମୁକାବିଲାକୁ ଭାରତ ୭ ୱିକେଟରେ ମ୍ୟାଚ ଜିତି ନେଇଥିଲା । ମ୍ୟାଚର ପ୍ରଥମ ଓଭର ଏପରି କିଛି ହୋଇଥିଲା ଯାହା ଫ୍ୟାନ୍ସଙ୍କୁ ଚକିତ କରିଥିଲା । ଯେତେବେଳେ ଭୁବନେଶ୍ୱର ବୋଲିଂ ପାଇଁ ଆସିଥିଲେ ସେ ଘଣ୍ଟା ପ୍ରତି ୨୦୦ କିମିରୁ ଅଧିକ ବେଗରେ ବୋଲିଂ କରିଥିବା ସ୍କ୍ରିନରେ ଦେଖାଯାଇଥିଲା । ଯାହା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । ପ୍ରକୃତରେ କାରଣ କଣ ରିପୋର୍ଟ ଅନୁସାରେ, ମ୍ୟାଚର ସ୍ପିଡୋ ମିଟରରେ କିଛି ତ୍ରୁଟି ଥିଲା । ଭାରତ ମ୍ୟାଚରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭୁବନେଶ୍ୱର ପ୍ରଥମ ଓଭର ବୋଲିଂ କରିଥିଲେ ।
ସେ ପାଳିର ପ୍ରଥମ ବଲ ୨୦୧ କିମି ଓ ଏହାପରେ ଏକ ବଲ ଘଣ୍ଟା ପ୍ରତି ୨୦୮ କିମି ବେଗରେ ପିଙ୍ଗିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରକୃତରେ ସ୍ପିଡୋମିଟର ଠିକ ଭାବେ କାମ କରିନଥିଲା । ସୂଚନାଯୋଗ୍ୟ ଭୁବନେଶ୍ୱର କୁମାର ଦମଦାର ବୋଲିଂ କରିଥିଲେ । ସେ ୩ ଓଭର ବୋଲିଂ କରି ୧୬ ରନ୍ ଦେବା ସହ ଏକ ୱିକେଟ ଅକ୍ତିଆର କରିଥିଲେ ।