ଅନଫିଟ୍ ରୋହିତ ଟେଷ୍ଟ ମ୍ୟାଚ ପୂର୍ବରୁ ଫିଟ୍ ହେବେନି!
ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍…
ନୂଆଦିଲ୍ଲୀ: ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ରୋହିତ ଶର୍ମା କୋଭିଡ ପଜିଟିଭ ହୋଇ ଆଇସୋଲେସନରେ ଅଛନ୍ତି । ଏବେ ରୋହିତଙ୍କ ବଦଳରେ ଟେଷ୍ଟ ମ୍ୟାଚର ନେତୃତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠିଛି । ରିପୋର୍ଟ ଅନୁସାରେ, ବିସିସିଆଇ ଏବେ ରୋହିତ ସୁସ୍ଥ ହେବା ନେଇ ଆଶବାନ୍ଧି ବସିଛି । କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ମେଡିକାଲ ଟିମ ବିସିସିଆଇକୁ ୫ ଦିନ ଅପେକ୍ଷା କରିବାକୁ କହିଛି । ଯଦି ରୋହିତ ୧ ପୂର୍ବରୁ କୋଭିଡ ନେଗେଟିଭ ହୁଅନ୍ତି ତେବେ ସେ ଟେଷ୍ଟ ମ୍ୟାଚ ଖେଳିବେ । ତେବେ ଇଂଲଣ୍ଡ ବିପକ୍ଷରେ ଏହି ଟେଷ୍ଟ ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ । ଭାରତ ଏଥିରେ ୨-୧ରେ ଆଗୁଆ ରହିଛି । ଯଦି ଏହି ମୁକାବିଲା ଡ୍ର ହୁଏ ତେବେ ଭାରତ ସିରିଜ ଜିତିଯିବ । ତେଣୁ ରୋହିତ ଶର୍ମାଙ୍କ ଖେଳିବା ଜରୁରୀ । କାରଣ ସେ ଭଲ ଓପନର ସହ ଅଧିନାୟକ ମଧ୍ୟ । ରୋହିତ ନଖେଳିଲେ ନୂଆ ଯୋଡି ଓପନିଂ କରିବା ଦଳକୁ ବ୍ୟାକଫୁଟକୁ ଠେଲିପାରେ ।